\id MIC - Odia Old Version Revision \ide UTF-8 \ide UTF - 8 \rem Copyright Information: Creative Commons Attribution-ShareAlike 4.0 License \h ମୀଖା \toc1 ମୀଖା ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ \toc2 ମୀଖା \toc3 ମୀଖା. \mt ମୀଖା ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ \is ଲେଖକ \ip ମୀଖା ପୁସ୍ତକର ଲେଖକ ଭବିଷ୍ୟଦ୍‍ବକ୍ତା ମୀଖା ଥିଲେ (ମୀଖା 1:1)। ମୀଖା ଜଣେ ଗ୍ରାମ୍ୟ ଭବିଷ୍ୟଦ୍‍ବକ୍ତା ଥିଲେ, ଯାହାକୁ ସାମାଜିକ, ଆତ୍ମିକ ଅନ୍ୟାୟ ଏବଂ ପ୍ରତିମା ପୂଜାର ପରିଣାମ ସ୍ୱରୂପେ ପରମେଶ୍ୱରଙ୍କ ଆସନ୍ନ ବିଚାର ବିଷୟରେ ନଗରର କେନ୍ଦ୍ରରେ ପ୍ରଚାର କରିବାକୁ ପ୍ରେରଣ କରାଯାଇଥିଲା। ଦେଶର ଯେଉଁ କ୍ଷେତ୍ରରେ ବହୁ ପରିମାଣରେ କୃଷି ହୁଏ ସେହି କ୍ଷେତ୍ରରେ ସେ ବାସ କରୁଥିବା କାରଣରୁ ମୀଖା ତାହାଙ୍କ ଦେଶର ପ୍ରଶାସନିକ କେନ୍ଦ୍ରଗୁଡ଼ିକ ବାହାରେ ରହି ସେ ସାମାଜିକ ସ୍ତରରେ ଯିଏ ନିମ୍ନତା ଥିବା ଅକ୍ଷମ, ପରିତ୍ୟକ୍ତ ଏବଂ ପୀଡିତ ବ୍ୟକ୍ତିଙ୍କ ପ୍ରତି ତିବ୍ର ଚିନ୍ତିତ ଥିଲେ (ମୀଖା 4:6)। ପୁରାତନ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ ଏକ ଅଧିକତମ ଗୁରୁତ୍ଵପୂର୍ଣ୍ଣ ଭାବବାଣୀ ମୀଖା ପୁସ୍ତକ ପ୍ରଦାନ କରେ, ଏବଂ ଖ୍ରୀଷ୍ଟଙ୍କ ଜନ୍ମ ସାତ ଶହ ବର୍ଷ ପୂର୍ବରୁ ତାହାଙ୍କ ଜନ୍ମସ୍ଥାନ ବେଥଲିହିମ ଏବଂ ଏହାର ଚିରନ୍ତନ ସ୍ୱଭାବକୁ ସୂଚାଏ। \is ସମୟ ଓ ସ୍ଥାନ \ip ପ୍ରାୟ 730-650 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି। \ip ଏହା ପ୍ରତୀତ ହୁଏ ଯେ ଇସ୍ରାଏଲର ଉତ୍ତର ରାଜ୍ୟ ପତିତ ହେବା ପୂର୍ବରୁ ମିଖା ପ୍ରଥମ ଭାବବାଣୀ କରିଥିଲେ (1:1-7)। ମୀଖା ପୁସ୍ତକର ଅନ୍ୟ ଅଂଶଗୁଡ଼ିକୁ ବାବିଲର ନିର୍ବାସନ ସମୟରେ ଲେଖାଯାଇଥିବ। \is ପ୍ରାପକ \ip ମୀଖା ଉଭୟ ଇସ୍ରାଏଲର ଉତ୍ତର ରାଜ୍ୟ ଏବଂ ଯିହୁଦାର ଦକ୍ଷିଣ ରାଜ୍ୟ ନିମନ୍ତେ ଲେଖିଥିଲେ \is ଉଦ୍ଦେଶ୍ୟ \ip ମୀଖା ପୁସ୍ତକରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଭବିଷ୍ୟତବାଣୀ ଅଛି: ପ୍ରଥମ ଇସ୍ରାଏଲ ଏବଂ ଯିହୁଦା ଉପରେ ବିଚାର (1:1-3:12), ଦ୍ୱିତୀୟ, ସହସ୍ର ବର୍ଷର ରାଜତ୍ଵରେ ପରମେଶ୍ୱରଙ୍କ ଲୋକମାନଙ୍କର ପୁନଃରୁଦ୍ଧାର (4:1-5:15)। ଲୋକମାନଙ୍କ ପକ୍ଷରେ ପରମେଶ୍ୱର ସେମାନଙ୍କୁ ତାହାଙ୍କର ଉତ୍ତମ କାର୍ଯ୍ୟ, ଯେତେବେଳେ ସେମାନେ କେବଳ ନିଜ ବିଷୟରେ ଚିନ୍ତା କରୁଥିଲେ ସେତେବେଳେ କିପରି ପରମେଶ୍ୱର ସେମାନଙ୍କର ଯତ୍ନ ନେଲେ ତାହା ସ୍ମରଣ କରାନ୍ତି। \is ବିଷୟବସ୍ତୁ \ip ପରମେଶ୍ୱରଙ୍କ ବିଚାର \iot ରୂପରେଖା \io1 1. ବିଚାର ନିମନ୍ତେ ପରମେଶ୍ୱର ଆସୁଛନ୍ତି — 1:1-2:13 \io1 2. ବିନାଶର ବାର୍ତ୍ତା — 3:1-5:15 \io1 3. ନିନ୍ଦାର ବାର୍ତ୍ତା — 6:1-7:10 \io1 4. ଉପସଂହାର — 7:11-20 \c 1 \p \v 1 ଯିହୁଦା ଦେଶୀୟ ଯୋଥମ୍‍, ଆହସ୍‌ ଓ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ, ମୋରେଷ୍ଟୀୟ ମୀଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେ ଶମରୀୟା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ। \s ଆଗାମୀ ବିନାଶ \q \v 2 ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ; \q ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ, ମନୋଯୋଗ କର; \q ପ୍ରଭୁ ସଦାପ୍ରଭୁ, ଆପଣା ପବିତ୍ର ମନ୍ଦିରରୁ \q ପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ। \q \v 3 କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି \q ଓ ସେ ଓହ୍ଲାଇ ଆସି \q ପୃଥିବୀର ଉଚ୍ଚସ୍ଥଳୀସକଳ ଉପରେ ଗମନ କରିବେ। \q \v 4 ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ \q ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, \q ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ \q ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ। \q \v 5 କାରଣ ଯାକୁବର ଆଜ୍ଞାଲଙ୍ଘନ \q ଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି। \q ଯାକୁବର ଆଜ୍ଞାଲଙ୍ଘନ କଅଣ? \q ତାହା କି ଶମରୀୟା ନୁହେଁ? \q ଓ ଯିହୁଦାର ଉଚ୍ଚସ୍ଥଳୀସକଳ କଅଣ \q ସେହି ସବୁ କି ଯିରୂଶାଲମ ନୁହେଁ? \q \v 6 ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପି \q ଓ ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା; \q ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇ \q ତହିଁର ଭିତ୍ତିମୂଳ ଅନାବୃତ କରିବା। \q \v 7 ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ଡ ଖଣ୍ଡ କରାଯିବ \q ଓ ତାହାର ବେତନସକଳ ଅଗ୍ନିରେ ଦଗ୍ଧ ହେବ, \q ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ୱଂସ କରିବା; \q କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛି \q ଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ। \p \v 8 ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା, \q ଆମ୍ଭେ ଉଲଙ୍ଗ ହୋଇ ଖାଲି ପାଦରେ ବୁଲିବା। \q ଆମ୍ଭେ ଶୃଗାଳ ପରି ବିଳାପ କରିବା \q ଓ ଉଷ୍ଟ୍ରପକ୍ଷୀ ପରି ଶୋକ କରିବା। \q \v 9 କାରଣ ତାହାର କ୍ଷତ ଅଚିକିତ୍ସ୍ୟ \q ଯେହେତୁ ତାହା ଯିହୁଦା ପର୍ଯ୍ୟନ୍ତ ଆସିଅଛି; \q ତାହା ଆମ୍ଭ ଲୋକମାନଙ୍କର ନଗର-ଦ୍ୱାର, \q ଯିରୂଶାଲମ ପର୍ଯ୍ୟନ୍ତ ପହଞ୍ଚି ଅଛି। \p \v 10 ଗାଥ୍‍ ନଗରରେ ଏ କଥା ଜଣାଅ ନାହିଁ, \q ଆଦୌ ରୋଦନ କର ନାହିଁ; \q ଏବଂ ବେଥ୍-ଲିଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ। \q \v 11 ହେ ଶାଫୀର ନିବାସିନୀ, \q ତୁମ୍ଭେ ଉଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ; \q ସାନନ ନିବାସିନୀ ବାହାର ହୋଇ ଆସି ନାହିଁ; \q ବେଥ୍-ସେଲର ବିଳାପ \q ତୁମ୍ଭମାନଙ୍କଠାରୁ ତାହାର ଅବଲମ୍ବନ ହରଣ କରିବ। \q \v 12 କାରଣ ମାରୋତ୍‍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ; \q ଯେହେତୁ ଯିରୂଶାଲମର ଦ୍ୱାର ପର୍ଯ୍ୟନ୍ତ \q ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି। \q \v 13 ହେ ଲାଖୀଶ୍‍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ; \q ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା; \q କାରଣ ଇସ୍ରାଏଲର ଆଜ୍ଞା-ଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା। \q \v 14 ଏଥିପାଇଁ ତୁମ୍ଭେ ମୋରେଷତ୍‍ ଗାଥ୍‍କୁ ବିଦାୟକାଳୀନ ଦାନ ଦେବ \q ଅକଷୀବ୍‍ର ଗୃହସକଳ ଇସ୍ରାଏଲର ରାଜାଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ; \q \v 15 ଆହୁରି, ହେ ମାରେଶା ଗ୍ରାମର ନିବାସିନୀ, \q ଯେ ତୁମ୍ଭକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା; \q ଇସ୍ରାଏଲର ମହାନ ନେତୃତ୍ଵକାରୀଗଣ ଅଦୁଲ୍ଲମ ଗୁମ୍ଫାକୁ ଯିବେ। \q \v 16 ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ \q ମସ୍ତକ ମୁଣ୍ଡନ କର \q ଓ କେଶ କାଟି ପକାଅ; \q ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର; \q କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି। \c 2 \s ଅତ୍ୟାଚାରୀଗଣ ସନ୍ତାପର ପାତ୍ର \p \v 1 ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତି \q ଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର! \q ପ୍ରଭାତ ହେବାମାତ୍ର ସେମାନେ ତାହା ସାଧନ କରନ୍ତି, \q କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ। \q \v 2 ଆଉ, ସେମାନେ କ୍ଷେତ୍ରକୁ ଲୋଭ କରନ୍ତି ଓ ବଳରେ ତାହା ଛଡ଼ାଇ ନିଅନ୍ତି \q ଓ ଗୃହକୁ ଲୋଭ କରି ତାହା ହରଣ କରି ନିଅନ୍ତି; \q ଆଉ, ସେମାନେ ପୁରୁଷ ଓ ତାହାର ଗୃହ ପ୍ରତି, \q ଏବଂ, ମନୁଷ୍ୟ ଓ ତାହାର ପୈତୃକ ଅଧିକାର ପ୍ରତି ଦୌରାତ୍ମ୍ୟ କରନ୍ତି। \q \v 3 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; \q ଦେଖ, ଆମ୍ଭେ ଏହି ଗୋଷ୍ଠୀ ବିରୁଦ୍ଧରେ ଅମଙ୍ଗଳ କଳ୍ପନା କରୁଅଛୁ, \q ତହିଁରୁ ତୁମ୍ଭେମାନେ ଆପଣା ଆପଣା ବେକ କାଢ଼ି ନେବାକୁ \q କିଅବା ଗର୍ବ କରି ଚାଲି ପାରିବ ନାହିଁ; \q କାରଣ ତାହା ଦୁଃସମୟ ଅଟେ। \q \v 4 ସେହି ଦିନ ଲୋକମାନେ ତୁମ୍ଭ ବିରୁଦ୍ଧରେ \q ଗୋଟିଏ ପ୍ରବାଦ ଧରି ଅତିଶୟ ବିଳାପ କରିବେ, \q ଆଉ କହିବେ, “ଆମ୍ଭମାନଙ୍କର ସର୍ବନାଶ ହେଲା; \q ସେ ଆମ୍ଭ ଲୋକମାନଙ୍କର ଅଧିକାର ହସ୍ତାନ୍ତର କରିଅଛନ୍ତି; \q ସେ କିପରି ଆମ୍ଭଠାରୁ ତାହା ଦୂର କରିଅଛନ୍ତି। \q ସେ ଆମ୍ଭମାନଙ୍କର କ୍ଷେତ୍ର ବିଭାଗ କରି ବିଦ୍ରୋହୀମାନଙ୍କୁ ଦେଇଅଛନ୍ତି।” \q \v 5 ଏଥିପାଇଁ ଗୁଲିବାଣ୍ଟ ଦ୍ୱାରା ପରିମାପକ ରଜ୍ଜୁ ପକାଇବା ପାଇଁ \q ସଦାପ୍ରଭୁଙ୍କ ସମାଜରେ ତୁମ୍ଭର କେହି ନ ଥିବେ। \p \v 6 ତୁମ୍ଭେମାନେ ବାକ୍ୟ ପ୍ରଚାର ନ କର, \q “ସେମାନେ ଏପରି ପ୍ରଚାର କରନ୍ତି। \q ଯଦି ଏମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ ନାହିଁ” \q ତେବେ ଅପମାନ ଘୁଞ୍ଚିବ ନାହିଁ। \q \v 7 ହେ ଯାକୁବର ବଂଶ, \q ସଦାପ୍ରଭୁଙ୍କର ଆତ୍ମା କି ସଙ୍କୁଚିତ ହୋଇଅଛି? \q ଏହିସବୁ କି ତାହାଙ୍କର କର୍ମ? \q ଏହା କୁହାଯିବ? ଯେଉଁ ଜନ ସରଳ ଆଚରଣ କରେ, \q ଆମ୍ଭର ବାକ୍ୟସକଳ କି ତାହାର ମଙ୍ଗଳ ନ କରେ? \q \v 8 ମାତ୍ର ଅଳ୍ପ କାଳ ହେଲା, ଆମ୍ଭର ଲୋକମାନେ ଶତ୍ରୁ ତୁଲ୍ୟ ହୋଇ ଉଠିଅଛନ୍ତି; \q ଯୁଦ୍ଧରୁ ବିମୁଖ ଲୋକମାନଙ୍କ ତୁଲ୍ୟ ନିଶ୍ଚିନ୍ତ \q ପଥିକମାନଙ୍କ ଗାତ୍ରୀୟ ବସ୍ତ୍ରରୁ ତୁମ୍ଭେମାନେ ଉତ୍ତରୀୟ ବସ୍ତ୍ର ଛଡ଼ାଇ ନେଉଅଛ। \q \v 9 ଆମ୍ଭ ଲୋକମାନଙ୍କର ନାରୀଗଣକୁ ସେମାନଙ୍କର ସୁଖଜନକ ଗୃହରୁ ତୁମ୍ଭେମାନେ ଦୂର କରି ଦେଉଅଛ; \q ସେମାନଙ୍କର ସନ୍ତାନଗଣଠାରୁ ତୁମ୍ଭେମାନେ ଆମ୍ଭର (ଦତ୍ତ) ଗୌରବ ଚିରକାଳର ନିମନ୍ତେ ହରଣ କରି ନେଉଅଛ। \q \v 10 ତୁମ୍ଭେମାନେ ଉଠ ଓ ପ୍ରସ୍ଥାନ କର; \q କାରଣ ଏ ତୁମ୍ଭମାନଙ୍କର ବିଶ୍ରାମ-ସ୍ଥାନ ନୁହେଁ; \q ଯେହେତୁ ଅଶୁଚିତା ବିନାଶ, \q ଅର୍ଥାତ୍‍, ଭୟାନକ ବିନାଶ କରୁଅଛି। \q \v 11 ଯଦି କୌଣସି ଲୋକ ବାୟୁ ଓ ମିଥ୍ୟା କଥାର ଅନୁଗାମୀ ହୋଇ ମିଥ୍ୟାରେ କହେ, \q ଆମ୍ଭେ ଦ୍ରାକ୍ଷାରସ ଓ ସୁରା ବିଷୟକ ଭବିଷ୍ୟଦ୍‍ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିବା, \q ତେବେ ସେ ତ ଏହି ଲୋକମାନଙ୍କର ଭବିଷ୍ୟଦ୍‍ବକ୍ତା ହେବ। \p \v 12 ହେ ଯାକୁବ, ଆମ୍ଭେ ଅବଶ୍ୟ ତୁମ୍ଭର ଯାବତୀୟ ଲୋକଙ୍କୁ ଏକତ୍ର କରିବା; \q ଆମ୍ଭେ ଅବଶ୍ୟ ଇସ୍ରାଏଲର ଅବଶିଷ୍ଟାଂଶକୁ ସଂଗ୍ରହ କରିବା; \q ଆମ୍ଭେ ସେମାନଙ୍କୁ ବସ୍ରାର ମେଷଗଣ ତୁଲ୍ୟ ଏକତ୍ର ରଖିବା; \q ନିଜ ଚରାଣି ସ୍ଥାନ ମଧ୍ୟରେ ଯେପରି ମେଷପଲ, \q ସେହିପରି ମନୁଷ୍ୟର ବାହୁଲ୍ୟ ସକାଶୁ ସେମାନେ ମହାଶବ୍ଦ କରିବେ। \q \v 13 ଭଗ୍ନକାରୀ ସେମାନଙ୍କର ଅଗ୍ରଗାମୀ ହୋଇଅଛନ୍ତି; \q ସେମାନେ ବେଢ଼ା ଭାଙ୍ଗି ଦ୍ୱାର ପର୍ଯ୍ୟନ୍ତ ଯାଇଅଛନ୍ତି ଓ ସେହି ଦ୍ୱାର ଦେଇ ବାହାରି ଯାଇଅଛନ୍ତି; \q ପୁଣି, ସେମାନଙ୍କର ରାଜା ସେମାନଙ୍କର ଆଗେ ଆଗେ ଯାଇଅଛନ୍ତି \q ଓ ସଦାପ୍ରଭୁ ସେମାନଙ୍କର ଅଗ୍ରଗାମୀ ଅଛନ୍ତି। \c 3 \s ଯାଜକ ଓ ଶାସନକର୍ତ୍ତାଙ୍କୁ ଭର୍ତ୍ସନା \p \v 1 ପୁଣି, ମୁଁ କହିଲି, ହେ ଯାକୁବର ପ୍ରଧାନବର୍ଗ \q ଓ ହେ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, \q ମୁଁ ନିବେଦନ କରେ, ତୁମ୍ଭେମାନେ ଶୁଣ: \q ନ୍ୟାୟବିଚାର ଜ୍ଞାତ ହେବାର କି ତୁମ୍ଭମାନଙ୍କର ଉଚିତ ନୁହେଁ? \q \v 2 ମାତ୍ର ତୁମ୍ଭେମାନେ ସତ୍କର୍ମ ଘୃଣା କରି \q ଦୁଷ୍କର୍ମ ଭଲ ପାଉଅଛ; \q ତୁମ୍ଭେମାନେ ଲୋକମାନଙ୍କ ଶରୀରରୁ ସେମାନଙ୍କର ଚର୍ମ \q ଓ ସେମାନଙ୍କ ଅସ୍ଥିରୁ ସେମାନଙ୍କର ମାଂସ ଛଡ଼ାଇ ନେଉଅଛ; \q \v 3 ମଧ୍ୟ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ମାଂସ ଖାଉଅଛ \q ଓ ସେମାନଙ୍କର ଚର୍ମ ଛଡ଼ାଇ \q ସେମାନଙ୍କର ଅସ୍ଥିସବୁ ଭାଙ୍ଗୁଅଛ; \q ହଁ, ଯେପରି ହାଣ୍ଡି ଓ ହଣ୍ଡା ପାଇଁ ମାଂସ ଖଣ୍ଡ ଖଣ୍ଡ କରନ୍ତି, \q ସେହିପରି ସେମାନଙ୍କୁ ଖଣ୍ଡ ଖଣ୍ଡ କରି ପକାଉଅଛ। \q \v 4 ସେହି ସମୟରେ ସେମାନେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରିବେ, \q ମାତ୍ର ସେ ସେମାନଙ୍କୁ ଉତ୍ତର ଦେବେ ନାହିଁ; \q ବରଞ୍ଚ ସେମାନଙ୍କର ଦୁଷ୍କ୍ରିୟାନୁସାରେ \q ସେ ସେହି ସମୟରେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବେ। \p \v 5 ଯେଉଁ ଭବିଷ୍ୟଦ୍‍ବକ୍ତାଗଣ ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି; \q ଯେଉଁମାନେ ଦାନ୍ତରେ କାମୁଡ଼ୁ କାମୁଡ଼ୁ, “ଶାନ୍ତି ଶାନ୍ତି” ବୋଲି କହନ୍ତି \q ଓ କୌଣସି ଲୋକ ସେମାନଙ୍କ ମୁଖରେ କିଛି ନ ଦେଲେ, \q ତାହା ବିରୁଦ୍ଧରେ ଯେଉଁମାନେ ଯୁଦ୍ଧ ନିରୂପଣ କରନ୍ତି, \q ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି: \q \v 6 ଏଥିପାଇଁ ତୁମ୍ଭେମାନେ ଯେପରି କୌଣସି ଦର୍ଶନ ନ ପାଇବ, ତୁମ୍ଭମାନଙ୍କ ପ୍ରତି ରାତ୍ରି ହେବ \q ଓ ତୁମ୍ଭେମାନେ ଯେପରି ମନ୍ତ୍ରଶୂନ୍ୟ ହେବ; ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଅନ୍ଧକାର ହେବ; \q ଆଉ, ଭବିଷ୍ୟଦ୍‍ବକ୍ତାଗଣ ଉପରେ ସୂର୍ଯ୍ୟ ଅସ୍ତଗତ ହେବ \q ଓ ସେମାନଙ୍କ ଉପରେ ଦିବସ କୃଷ୍ଣବର୍ଣ୍ଣ ହେବ। \q \v 7 ପୁଣି, ଦର୍ଶକମାନେ ଲଜ୍ଜିତ \q ଓ ମନ୍ତ୍ରବେତ୍ତାମାନେ ଉଦ୍‍ବିଗ୍ନ ହେବେ; \q ହଁ, ସେମାନେ ସମସ୍ତେ ଆପଣା ଆପଣା ଓଷ୍ଠାଧର ଘୋଡ଼ାଇବେ; \q କାରଣ ପରମେଶ୍ୱରଙ୍କଠାରୁ କୌଣସି ଉତ୍ତର ନାହିଁ। \q \v 8 ମାତ୍ର ଯାକୁବକୁ ତାହାର ଆଜ୍ଞାଲଙ୍ଘନ \q ଓ ଇସ୍ରାଏଲକୁ ତାହାର ପାପ \q ଜ୍ଞାତ କରାଇବା ନିମନ୍ତେ ଆମ୍ଭେ ପ୍ରକୃତରେ ସଦାପ୍ରଭୁଙ୍କ ଆତ୍ମା ଦ୍ୱାରା \q ଶକ୍ତିରେ, ନ୍ୟାୟ-ବିଚାରରେ ଓ ପରାକ୍ରମରେ ପରିପୂର୍ଣ୍ଣ ଅଛୁ। \p \v 9 ହେ ଯାକୁବ ବଂଶର ପ୍ରଧାନବର୍ଗ \q ଓ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, \q ମୁଁ ନିବେଦନ କରେ, ତୁମ୍ଭେମାନେ ଏହା ଶୁଣ, \q ତୁମ୍ଭେମାନେ ନ୍ୟାୟବିଚାର ଘୃଣା କରୁଅଛ \q ଓ ଅପକ୍ଷପାତ ବିଚାରସବୁ ଅନ୍ୟଥା କରୁଅଛ। \q \v 10 ସେମାନେ ସିୟୋନକୁ ରକ୍ତରେ \q ଓ ଯିରୂଶାଲମକୁ ଅଧର୍ମରେ ନିର୍ମାଣ କରୁଅଛନ୍ତି। \q \v 11 ସେହି ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି \q ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି \q ଓ ତହିଁର ଭବିଷ୍ୟଦ୍‍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି; \q ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, \q “ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି? \q କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।” \q \v 12 ଏହେତୁ ତୁମ୍ଭମାନଙ୍କ ସକାଶୁ \q ସିୟୋନ କ୍ଷେତ୍ର ତୁଲ୍ୟ ଚାଷ କରାଯିବ \q ଓ ଯିରୂଶାଲମ ଢିପି ହେବ, \q ଆଉ ଗୃହର ପର୍ବତ ବନସ୍ଥ ଉଚ୍ଚସ୍ଥଳୀର ତୁଲ୍ୟ ହେବ। \c 4 \s ସଦାପ୍ରଭୁଙ୍କ ପର୍ବତ \p \v 1 ମାତ୍ର ଶେଷ କାଳରେ ଏରୂପ ଘଟିବ, \q ସଦାପ୍ରଭୁଙ୍କ ଗୃହର ପର୍ବତ, \q ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ \q ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; \q ଆଉ, ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। \q \v 2 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, \q “ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ, \q ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ; \q ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ \q ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” \q କାରଣ ସିୟୋନଠାରୁ ବ୍ୟବସ୍ଥା \q ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। \q \v 3 ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ \q ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ବନ୍ଧରେ ନିଷ୍ପତ୍ତି କରିବେ; \q ତହିଁରେ ସେମାନେ ଆପଣା ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ \q ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; \q ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, \q କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। \q \v 4 ମାତ୍ର ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା \q ଓ ଡିମ୍ବିରିବୃକ୍ଷ ତଳେ ବସିବେ \q ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ; \q କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି। \p \v 5 କାରଣ ଯାବତୀୟ ଗୋଷ୍ଠୀ \q ଆପଣା ଆପଣା ଦେବତାର ନାମରେ ଚାଲିବେ, \q ପୁଣି ଆମ୍ଭେମାନେ ଅନନ୍ତକାଳ ପର୍ଯ୍ୟନ୍ତ \q ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଚାଲିବା। \s ସିୟୋନକୁ ସଦାପ୍ରଭୁଙ୍କ ସୁରକ୍ଷା \p \v 6 ସଦାପ୍ରଭୁ କହନ୍ତି, ସେହି ଦିନ \q ଆମ୍ଭେ ପଙ୍ଗୁକୁ ସଂଗ୍ରହ କରିବା, \q ପୁଣି ଯେ ତାଡ଼ିତ ହୋଇଅଛି \q ଓ ଯାହାକୁ ଆମ୍ଭେ କ୍ଳେଶ ଦେଇଅଛୁ, ତାହାକୁ ଏକତ୍ର କରିବା। \q \v 7 ପୁଣି, ଆମ୍ଭେ ପଙ୍ଗୁକୁ ଅବଶିଷ୍ଟାଂଶ କରି ରଖିବା \q ଓ ଯେ ଦୁରୀକୃତ ହୋଇଥିଲା, ତାହାକୁ ବଳବତୀ ଗୋଷ୍ଠୀ କରିବା \q ଆଉ, ସଦାପ୍ରଭୁ ଆଜିଠାରୁ ସଦାକାଳ ପର୍ଯ୍ୟନ୍ତ \q ସିୟୋନ ପର୍ବତରେ ସେମାନଙ୍କ ଉପରେ ରାଜତ୍ୱ କରିବେ। \p \v 8 ପୁଣି, ହେ ପଲର ଦୁର୍ଗ, \q ହେ ସିୟୋନ କନ୍ୟାର ଗିରି, \q ତାହା ତୁମ୍ଭ ନିକଟକୁ ଆସିବ, \q ହଁ ପୂର୍ବକାଳର ରାଜ୍ୟ, \q ଯିରୂଶାଲମ କନ୍ୟାର ରାଜ୍ୟ ଆସିବ। \p \v 9 ଏବେ ତୁମ୍ଭେ କାହିଁକି ଘୋର ଚିତ୍କାର କରୁଅଛ? \q ତୁମ୍ଭ ମଧ୍ୟରେ କି ରାଜା ନାହିଁ, \q ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି ବୋଲି କି \q ସ୍ତ୍ରୀର ପ୍ରସବବେଦନା ତୂଲ୍ୟ ବେଦନା ତୁମ୍ଭକୁ ଆକ୍ରାନ୍ତ କରିଅଛି? \q \v 10 ହେ ସିୟୋନ କନ୍ୟେ,\f + \fr 4:10 \fr*\fq ସିୟୋନ କନ୍ୟେ, \fq*\ft ଅର୍ଥାତ୍‍ ଯିରୂଶାଲମର ଲୋକମାନେ\ft*\f* \q ତୁମ୍ଭେ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀ ପରି \q ବ୍ୟଥିତା ହୋଇ ପ୍ରସବ କରିବାକୁ ଯତ୍ନ କର; \q କାରଣ ଏବେ ତୁମ୍ଭେ ନଗରରୁ ବାହାରିଯାଇ \q ପଦାରେ ବାସ କରିବ \q ଓ ବାବିଲ ପର୍ଯ୍ୟନ୍ତ ହିଁ ଯିବ; \q ସେଠାରେ ତୁମ୍ଭେ ଉଦ୍ଧାର ପାଇବ; \q ସେଠାରେ ସଦାପ୍ରଭୁ ତୁମ୍ଭ ଶତ୍ରୁଗଣର ହସ୍ତରୁ \q ତୁମ୍ଭକୁ ମୁକ୍ତ କରିବେ। \p \v 11 ପୁଣି, ବର୍ତ୍ତମାନ ଅନେକ ଗୋଷ୍ଠୀ ତୁମ୍ଭ ବିରୁଦ୍ଧରେ ଏକତ୍ରିତ ହୋଇଅଛନ୍ତି, \q ସେମାନେ କହନ୍ତି, “ସେ ଅଶୁଚି ହେଉ \q ଓ ଆମ୍ଭମାନଙ୍କର ଚକ୍ଷୁ ତହିଁର ଅଭିଳାଷ ସିୟୋନ ପ୍ରତି ସଫଳ ହେବାର ଦେଖୁ।” \q \v 12 ମାତ୍ର ସେମାନେ ସଦାପ୍ରଭୁଙ୍କର ସଂକଳ୍ପସବୁ ଜାଣନ୍ତି ନାହିଁ, \q ଅଥବା ତାହାଙ୍କର ମନ୍ତ୍ରଣା ବୁଝନ୍ତି ନାହିଁ; \q କାରଣ ସେ ସେମାନଙ୍କୁ ଶସ୍ୟବିଡ଼ା ପରି ଖଳାରେ ଏକତ୍ର କରିଅଛନ୍ତି। \q \v 13 ହେ ସିୟୋନ କନ୍ୟେ, ଉଠ, ଶସ୍ୟମର୍ଦ୍ଦନ କର; \q କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ \q ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; \q ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; \q ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ \q ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ଡଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। \c 5 \p \v 1 ହେ ସୈନ୍ୟଦଳର କନ୍ୟେ, \q ଏବେ ତୁମ୍ଭେ ଦଳ ଦଳ ହୋଇ ଆପଣାକୁ ଏକତ୍ର କର; \q ସେମାନେ ଆମ୍ଭମାନଙ୍କ ପ୍ରତିକୂଳରେ ସୈନ୍ୟ ବେଷ୍ଟନ କରିଅଛନ୍ତି; \q ସେମାନେ ଇସ୍ରାଏଲର ବିଚାରକର୍ତ୍ତାର ଗାଲରେ ଦଣ୍ଡାଘାତ କରିବେ। \p \v 2 ମାତ୍ର ହେ ବେଥଲିହିମ-ଇଫ୍ରାଥା, \q ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, \q ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ \q ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; \q ପୁରାତନ କାଳରୁ, \q ଅନାଦିକାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି। \q \v 3 ଏନିମନ୍ତେ ଯେଉଁ ସ୍ତ୍ରୀ ପ୍ରସବ ବେଦନାଗ୍ରସ୍ତା ହେଉଅଛି, ସେ ଯେପର୍ଯ୍ୟନ୍ତ ପ୍ରସବ ନ କରେ, \q ସେହି ସମୟ ପର୍ଯ୍ୟନ୍ତ ସେ ସେମାନଙ୍କୁ ତ୍ୟାଗ କରିବେ; \q ତହିଁ ଉତ୍ତାରେ ତାହାଙ୍କର ଅବଶିଷ୍ଟ ଭ୍ରାତୃଗଣ ଇସ୍ରାଏଲର ସନ୍ତାନଗଣର ନିକଟକୁ ଫେରି ଆସିବେ। \q \v 4 ପୁଣି, ସେ ଠିଆ ହୋଇ ସଦାପ୍ରଭୁଙ୍କ ଶକ୍ତିରେ, \q ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମର ମହିମାରେ ଆପଣା ପଲ ଚରାଇବେ \q ଓ ସେମାନେ ସୁସ୍ଥିର ହୋଇ ବାସ କରିବେ; \q କାରଣ ସେହି ସମୟରେ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ ହେବେ। \q \v 5 ଆଉ, ଏହି ମନୁଷ୍ୟ ଆମ୍ଭମାନଙ୍କର ଶାନ୍ତି ସ୍ୱରୂପ ହେବେ; \q ଯେଉଁ ସମୟରେ ଅଶୂରୀୟ ଗୋଷ୍ଠୀ ଆମ୍ଭମାନଙ୍କ ଦେଶକୁ ଆସିବେ \q ଓ ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପଦାର୍ପଣ କରିବ, \q ସେହି ସମୟରେ ଆମ୍ଭେମାନେ ତାହା ବିରୁଦ୍ଧରେ ସାତ ଜଣ ପଲରକ୍ଷକ \q ଓ ଆଠ ଜଣ ପ୍ରଧାନ ଲୋକଙ୍କୁ ଉତ୍ଥାପନ କରିବା। \s ଯାକୁବର ଅବଶିଷ୍ଟାଂଶଙ୍କ ଉଦ୍ଧାର \p \v 6 ପୁଣି, ସେମାନେ ଖଡ୍ଗ ଦ୍ୱାରା ଅଶୂରୀୟର ଦେଶ \q ଓ ନିମ୍ରୋଦ୍‍ ଦେଶର ପ୍ରବେଶ-ସ୍ଥାନସକଳ ଉଚ୍ଛିନ୍ନ କରିବେ; \q ପୁଣି, ଅଶୂରୀୟ ଗୋଷ୍ଠୀ ଆମ୍ଭମାନଙ୍କ ଦେଶକୁ ଆସି \q ଆମ୍ଭମାନଙ୍କ ସୀମାରେ ପଦାର୍ପଣ କଲେ \q ସେ ସେମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। \q \v 7 ଆଉ, ସଦାପ୍ରଭୁଙ୍କ ନିକଟରୁ ଆଗତ ଯେଉଁ ଶିଶିର \q ଓ ତୃଣ ଉପରେ ପତିତ ଯେଉଁ ବୃଷ୍ଟି \q ମନୁଷ୍ୟ ପାଇଁ ବିଳମ୍ବ ନ କରେ, \q କିଅବା ମନୁଷ୍ୟ-ସନ୍ତାନଗଣର ଅପେକ୍ଷା ନ କରେ, \q ତାହାର ତୂଲ୍ୟ ଯାକୁବର ଅବଶିଷ୍ଟାଂଶ ଅନେକ ଗୋଷ୍ଠୀ ମଧ୍ୟରେ ରହିବେ। \q \v 8 ପୁଣି, ବନ ପଶୁଗଣ ମଧ୍ୟରେ ଯେପରି ସିଂହ, \q ମେଷପଲ ମଧ୍ୟରେ ଯେପରି ଯୁବା ସିଂହ \q ଯାଇ ଦଳି ପକାଏ ଓ ବିଦୀର୍ଣ୍ଣ କରେ, \q ଆଉ ଉଦ୍ଧାରକାରୀ କେହି ନ ଥାଏ, \q ସେପରି ଗୋଷ୍ଠୀଗଣ ମଧ୍ୟରେ, \q ଅନେକ ଗୋଷ୍ଠୀ ମଧ୍ୟରେ ଯାକୁବର ଅବଶିଷ୍ଟାଂଶ ହେବେ। \q \v 9 ତୁମ୍ଭ ବିପକ୍ଷଗଣର ଉପରେ ତୁମ୍ଭର ହସ୍ତ ଉନ୍ନତ ହେଉ \q ଓ ତୁମ୍ଭର ଶତ୍ରୁ ସମସ୍ତେ ଉଚ୍ଛିନ୍ନ ହେଉନ୍ତୁ। \p \v 10 ଆହୁରି, ସଦାପ୍ରଭୁ କହନ୍ତି, ସେଦିନ \q ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭ ଅଶ୍ୱଗଣକୁ ଉଚ୍ଛିନ୍ନ କରିବା \q ଓ ତୁମ୍ଭର ରଥସବୁ ନଷ୍ଟ କରିବା; \q \v 11 ପୁଣି, ଆମ୍ଭେ ତୁମ୍ଭ ଦେଶର ନଗରସବୁ ଉଚ୍ଛିନ୍ନ କରିବା \q ଓ ତୁମ୍ଭର ଦୃଢ଼ ଦୁର୍ଗସବୁ ଭାଙ୍ଗି ପକାଇବା; \q \v 12 ପୁଣି, ଆମ୍ଭେ ତୁମ୍ଭ ହସ୍ତରୁ ମାୟାବୀତ୍ୱ ଉଚ୍ଛିନ୍ନ କରିବା \q ଓ ଗଣକମାନେ ତୁମ୍ଭ ମଧ୍ୟରେ ଆଉ ନ ଥିବେ; \q \v 13 ଆଉ, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଖୋଦିତ ପ୍ରତିମା \q ଓ ତୁମ୍ଭର ସ୍ତମ୍ଭସକଳ ଉଚ୍ଛିନ୍ନ କରିବା; \q ତହିଁରେ ତୁମ୍ଭେ ଆପଣା ହସ୍ତକୃତ ବସ୍ତୁକୁ ଆଉ ପ୍ରଣାମ କରିବ ନାହିଁ। \q \v 14 ପୁଣି, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଆଶେରା ମୂର୍ତ୍ତିସକଳ ଉତ୍ପାଟନ କରିବା \q ଓ ତୁମ୍ଭର ନଗରସବୁ ବିନଷ୍ଟ କରିବା। \q \v 15 ଆଉ, ଯେଉଁ ଗୋଷ୍ଠୀମାନେ କଥାରେ ମନୋଯୋଗ କଲେ ନାହିଁ, \q ସେମାନଙ୍କଠାରୁ ଆମ୍ଭେ କୋପରେ ଓ ପ୍ରଚଣ୍ଡତାରେ ପରିଶୋଧ ନେବା। \c 6 \s ପରମେଶ୍ୱରଙ୍କ ଅଭିଯୋଗ \p \v 1 ସଦାପ୍ରଭୁ ଯାହା କହନ୍ତି, ତାହା ତୁମ୍ଭେମାନେ ଏବେ ଶୁଣ; \q ତୁମ୍ଭେ ଉଠ, ପର୍ବତଗଣର ସମ୍ମୁଖରେ ବିବାଦ କର \q ଓ ଉପପର୍ବତଗଣ ତୁମ୍ଭର ରବ ଶୁଣନ୍ତୁ। \q \v 2 ହେ ପର୍ବତଗଣ, \q ହେ ପୃଥିବୀର ଅଟଳ ଭିତ୍ତିମୂଳସକଳ, \q ତୁମ୍ଭେମାନେ ସଦାପ୍ରଭୁଙ୍କର ବିବାଦ ବାକ୍ୟ ଶୁଣ; \q କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି \q ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ। \p \v 3 “ହେ ଆମ୍ଭର ଲୋକ, ତୁମ୍ଭ ପ୍ରତି ଆମ୍ଭେ କʼଣ କରିଅଛୁ? \q ଓ କାହିଁରେ ଆମ୍ଭେ ତୁମ୍ଭକୁ କ୍ଳାନ୍ତ କରିଅଛୁ? \q ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦିଅ। \q \v 4 ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ \q ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; \q ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ। \q \v 5 ହେ ଆମ୍ଭର ଲୋକେ, ମୋୟାବର ରାଜା ବାଲାକ କି ମନ୍ତ୍ରଣା କରିଥିଲା \q ଓ ବିୟୋରର ପୁତ୍ର ବିଲୀୟମ୍‍ ତାହାକୁ କି ଉତ୍ତର ଦେଇଥିଲା, \q ତାହା ଏବେ ସ୍ମରଣ କର; ଶିଟୀମଠାରୁ ଗିଲ୍‍ଗଲ୍‍ ପର୍ଯ୍ୟନ୍ତ ସ୍ମରଣ କର,\f + \fr 6:5 \fr*\fq ଶିଟୀମଠାରୁ ଗିଲ୍‍ଗଲ୍‍ ପର୍ଯ୍ୟନ୍ତ ସ୍ମରଣ କର, \fq*\ft ଦେଖନ୍ତୁ ଯିହୋଶୂୟ ୩ ଓ ୪ ଅଧ୍ୟାୟ\ft*\f* \q ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କର ନ୍ୟାୟ କର୍ମସକଳ ଜ୍ଞାତ ହୋଇ ପାରିବ।” \s ପରମେଶ୍ୱର କʼଣ ଚାହାନ୍ତି? \p \v 6 “ଆମ୍ଭେ କଅଣ ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା \q ଓ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବା? \q ଆମ୍ଭେ କି ହୋମବଳି ରୂପେ \q ଏକ ବର୍ଷୀୟ ଗୋବତ୍ସମାନ ନେଇ ତାହାଙ୍କ ସମ୍ମୁଖକୁ ଆସିବା? \q \v 7 ସହସ୍ର ସହସ୍ର ମେଷରେ \q ଅବା ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କି ପ୍ରସନ୍ନ ହେବେ? \q ଆମ୍ଭେ ଆପଣା ଆଜ୍ଞାଲଙ୍ଘନ ସକାଶେ କି ଆପଣା ପ୍ରଥମଜାତକୁ, \q ଆମ୍ଭ ପ୍ରାଣର ପାପ ସକାଶେ କି ଆପଣା ଶରୀରର ଫଳ ଦାନ କରିବା?” \q \v 8 ହେ ମନୁଷ୍ୟ, ଯାହା ଉତ୍ତମ, \q ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି; \q ନ୍ୟାୟାଚରଣ, ଦୟା ଭଲ ପାଇବା \q ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର, \q ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି? \s ଦୁଷ୍ଟର ବିନାଶ \p \v 9 ସଦାପ୍ରଭୁ ଏହି ନଗର ପ୍ରତି ଘୋଷଣା କରୁଅଛି \q ଓ ଜ୍ଞାନବାନ ମନୁଷ୍ୟ ତୁମ୍ଭର ନାମ ଦେଖିବ। \q ତୁମ୍ଭେମାନେ ଦଣ୍ଡ \q ଓ ତନ୍ନିରୂପଣକାରୀଙ୍କୁ ମାନ। \q \v 10 ଦୁଷ୍ଟର ଗୃହରେ କି ଏବେ ହେଁ ଦୁଷ୍ଟତାର ଭଣ୍ଡାର \q ଓ ଘୃଣାଯୋଗ୍ୟ ସାନ ଐଫା ଅଛି? \q \v 11 ଆମ୍ଭେ କି ଦୁଷ୍ଟତାର ନିକ୍ତିରେ \q ଓ ଛଳନାରୂପ ବଟଖରାର ଥଳୀରେ ନିର୍ଦ୍ଦୋଷ ହେବା। \q \v 12 ସେହି ସ୍ଥାନର ଧନୀ ଲୋକମାନେ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଅଛନ୍ତି \q ଓ ତହିଁର ନିବାସୀଗଣ ମିଥ୍ୟା କହିଅଛନ୍ତି, \q ପୁଣି ସେମାନଙ୍କ ମୁଖ ମଧ୍ୟରେ ସେମାନଙ୍କ ଜିହ୍ୱା ପ୍ରବଞ୍ଚକ। \q \v 13 ଏଥିପାଇଁ ଆମ୍ଭେ ମଧ୍ୟ ବେଦନାଯୁକ୍ତ କ୍ଷତରେ ତୁମ୍ଭକୁ ପ୍ରହାର କରିଅଛୁ; \q ଆମ୍ଭେ ତୁମ୍ଭର ସମସ୍ତ ପାପ ସକାଶୁ ତୁମ୍ଭକୁ ଉଚ୍ଛିନ୍ନ କରିଅଛୁ। \q \v 14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ନୋହିବ \q ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; \q ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବୋହି ନେଇ ପାରିବ ନାହିଁ \q ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ୍ଗକୁ ଦେବା। \q \v 15 ତୁମ୍ଭେ ବୁଣିବ, ମାତ୍ର କାଟିବ ନାହିଁ; \q ତୁମ୍ଭେ ଜୀତଫଳ ପେଷିବ, ମାତ୍ର ଆପଣା ଦେହରେ ତୈଳ ମର୍ଦ୍ଦନ କରିବ ନାହିଁ; \q ଦ୍ରାକ୍ଷାଫଳ ପେଷିବ, ମାତ୍ର ଦ୍ରାକ୍ଷାରସ ପାନ କରିବ ନାହିଁ। \q \v 16 କାରଣ ଅମ୍ରିଙ୍କର ବିଧି \q ଓ ଆହାବ-ବଂଶର କ୍ରିୟାସକଳ ପାଳନ କରାଯାଉଅଛି \q ଓ ତୁମ୍ଭେମାନେ ସେମାନଙ୍କ ପରାମର୍ଶରେ ଚାଲୁଅଛ; \q ତହିଁ ସକାଶୁ ଆମ୍ଭେ ତୁମ୍ଭକୁ ଉତ୍ସନ୍ନ (ସ୍ଥାନ) କରିବା \q ଓ ତହିଁର ନିବାସୀମାନଙ୍କୁ ଶୀସ୍‍ ଶବ୍ଦର ବିଷୟ କରିବା; \q ଆଉ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ଅପମାନର ଭାର ବହିବ। \c 7 \s ପରିତ୍ରାଣର ପରମେଶ୍ୱରଙ୍କ ପ୍ରତୀକ୍ଷା \p \v 1 ହାୟ, ମୁଁ ସନ୍ତାପର ପାତ୍ର! \q କାରଣ ଗ୍ରୀଷ୍ମକାଳୀନ ଫଳ ତୋଳିଲା ଉତ୍ତାରେ ଦ୍ରାକ୍ଷାଫଳ ସଂଗ୍ରହ କରିବାର ଯେପରି, \q ମୁଁ ସେହିପରି ହୋଇଅଛି; \q ଭୋଜନର ପାଇଁ ଗୋଟିଏ ଦ୍ରାକ୍ଷାପେଣ୍ଡା ନାହିଁ; \q ମୋର ପ୍ରାଣ ଆଦ୍ୟପକ୍ୱ ଡିମ୍ବିରି ଫଳ ଲାଳସା କରେ। \q \v 2 ଧାର୍ମିକ ଲୋକ ପୃଥିବୀରୁ ଉଚ୍ଛିନ୍ନ ହୋଇଅଛି \q ଓ ମନୁଷ୍ୟମାନଙ୍କ ମଧ୍ୟରେ ସରଳ ଲୋକ କେହି ନାହିଁ; \q ସେମାନେ ସମସ୍ତେ ରକ୍ତପାତ କରିବାକୁ ଛକି ବସନ୍ତି; \q ପ୍ରତ୍ୟେକ ଲୋକ ଆପଣା ଆପଣା ଭ୍ରାତାକୁ ଜାଲରେ ଧରିବାକୁ ଚେଷ୍ଟା କରଇ। \q \v 3 ଯାହା ମନ୍ଦ, ତାହା ଯତ୍ନପୂର୍ବକ କରିବା ପାଇଁ ତହିଁ ଉପରେ ସେମାନଙ୍କର ହସ୍ତ ଅଛି; \q ଅଧିପତି ଚାହେଁ \q ଓ ବିଚାରକର୍ତ୍ତା ପୁରସ୍କାର ପାଇଁ ପ୍ରସ୍ତୁତ \q ଆଉ, ବଡ଼ ଲୋକ ଆପଣା ପ୍ରାଣର ହିଂସାଭାବ ମୁଖରେ ବ୍ୟକ୍ତ କରେ; \q ଏହିରୂପେ ସେମାନେ ବସ୍ତ୍ର ତୁଲ୍ୟ ତାହା ଏକତ୍ର ବୁଣନ୍ତି। \q \v 4 ସେମାନଙ୍କ ମଧ୍ୟରେ ସବୁଠାରୁ ଉତ୍ତମ ଲୋକ କାନକୋଳି ବୃକ୍ଷ ତୁଲ୍ୟ; \q ସବୁଠାରୁ ସରଳ ଲୋକ କଣ୍ଟାବାଡ଼ ଅପେକ୍ଷା ମନ୍ଦ; \q ତୁମ୍ଭ ପ୍ରହରୀଗଣର ଦିନ \q ଓ ତୁମ୍ଭର ଦଣ୍ଡ ଉପସ୍ଥିତ; \q ଏବେ ସେମାନଙ୍କର ବ୍ୟାକୁଳତା ଜନ୍ମିବ। \q \v 5 ତୁମ୍ଭେମାନେ ମିତ୍ରଠାରେ ବିଶ୍ୱାସ କର ନାହିଁ \q ଓ ପଥର ପ୍ରଦର୍ଶକଠାରେ ବିଶ୍ୱାସ କର ନାହିଁ; \q ତୁମ୍ଭ ବକ୍ଷସ୍ଥଳରେ ଶୟନକାରିଣୀଠାରୁ \q ଆପଣା ମୁଖର ଦ୍ୱାର ରକ୍ଷା କର। \q \v 6 କାରଣ ପୁତ୍ର ପିତାକୁ ଅମାନ୍ୟ କରେ, \q କନ୍ୟା ଆପଣା ମାତାର ବିରୁଦ୍ଧରେ, \q ପୁତ୍ରବଧୂ ଆପଣା ଶାଶୁର ବିରୁଦ୍ଧରେ ଉଠେ; \q ଆପଣା ପରିବାରର ଲୋକେ ମନୁଷ୍ୟର ଶତ୍ରୁ ହୁଅନ୍ତି। \q \v 7 ମାତ୍ର ମୁଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି; \q ମୋʼ ପରିତ୍ରାଣର ପରମେଶ୍ୱରଙ୍କ ପାଇଁ ମୁଁ ଅପେକ୍ଷା କରିବି; \q ମୋʼ ପରମେଶ୍ୱର ମୋର କଥା ଶୁଣିବେ। \p \v 8 ହେ ମୋର ଶତ୍ରୁ, ମୋର ପ୍ରତିକୂଳରେ ଆନନ୍ଦ କର ନାହିଁ; \q ମୁଁ ପଡ଼ିଲେ ଉଠିବି; \q ମୁଁ ଅନ୍ଧକାରରେ ବସିଲେ \q ସଦାପ୍ରଭୁ ମୋର ଦୀପ୍ତି ସ୍ୱରୂପ ହେବେ। \q \v 9 ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି, \q ଏଥିପାଇଁ ଯେପର୍ଯ୍ୟନ୍ତ ସେ ମୋʼ ବିବାଦର ସପକ୍ଷବାଦୀ ହୋଇ \q ମୋର ବିଚାର ନିଷ୍ପତ୍ତି ନ କରନ୍ତି, \q ସେପର୍ଯ୍ୟନ୍ତ ମୁଁ ତାହାଙ୍କ କ୍ରୋଧରୂପ ଭାର ବହନ କରିବି; \q ସେ ମୋତେ ବାହାର କରି ଆଲୁଅକୁ ଆଣିବେ \q ଓ ମୁଁ ତାହାଙ୍କର ଧାର୍ମିକତା ଦେଖିବି। \q \v 10 ସେତେବେଳେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର କାହାନ୍ତି \q ବୋଲି ଯେ ମୋତେ କହିଥିଲା, \q ମୋର ସେହି ଶତ୍ରୁ ତାହା ଦେଖିବ \q ଓ ଲଜ୍ଜା ତାହାକୁ ଆଚ୍ଛନ୍ନ କରିବ; \q ମୋର ଚକ୍ଷୁ ତାହାକୁ ଦେଖିବ; \q ଏବେ ସେ ପଥର କାଦୁଅ ପରି ଦଳିତ ହେବ। \p \v 11 ତୁମ୍ଭ ବେଢ଼ାର ନିର୍ମାଣ ଦିନ ଉପସ୍ଥିତ! \q ସେହି ଦିନ ବିଧାନ ଦୂରକୁ ଅନ୍ତରିତ ହେବ। \q \v 12 ସେଦିନ ତୁମ୍ଭ ନିକଟକୁ ଲୋକମାନେ ଆସିବେ, \q ଅଶୂରରୁ ଓ ମିସରର ନଗରସମୂହରୁ \q ଓ ମିସରଠାରୁ ନଦୀ ପର୍ଯ୍ୟନ୍ତ \q ଓ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ \q ଓ ଯାବତୀୟ ପର୍ବତରୁ ଆସିବେ। \q \v 13 ତଥାପି ନିବାସୀଗଣର ସକାଶୁ \q ସେମାନଙ୍କ କ୍ରିୟାର ଫଳ ସ୍ୱରୂପେ ଦେଶ ଧ୍ୱଂସସ୍ଥାନ ହେବ। \p \v 14 ତୁମ୍ଭେ ଆପଣା ପାଞ୍ଚଣ ନେଇ ଆପଣା ଲୋକମାନଙ୍କୁ, \q ଅର୍ଥାତ୍‍, ଏକାକୀ ବାସକାରୀ ଆପଣା ପୈତୃକ ଅଧିକାର ସ୍ୱରୂପ ପଲକୁ, \q କର୍ମିଲର ମଧ୍ୟସ୍ଥିତ ଅରଣ୍ୟରେ ଚରାଅ; \q ସେମାନେ ପୂର୍ବକାଳର ନ୍ୟାୟ \q ବାଶନରେ ଓ ଗିଲୀୟଦରେ ଚରନ୍ତୁ। \p \v 15 ମିସର ଦେଶରୁ ତୁମ୍ଭର ବାହାର ହୋଇ ଆସିବା ଦିନର ନ୍ୟାୟ \q ଆମ୍ଭେ ତାହାକୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖାଇବା। \q \v 16 ଗୋଷ୍ଠୀୟ ବର୍ଗ ତାହା ଦେଖି \q ଆପଣାମାନଙ୍କର ସମସ୍ତ ପରାକ୍ରମ ବିଷୟରେ ଲଜ୍ଜିତ ହେବେ; \q ସେମାନେ ଆପଣା ଆପଣା ମୁଖରେ ହସ୍ତ ଦେବେ, \q ସେମାନଙ୍କର କର୍ଣ୍ଣ ବଧିର ହେବ। \q \v 17 ସେମାନେ ସର୍ପ ପରି ଧୂଳି ଚାଟିବେ; \q ସେମାନେ କମ୍ପି କମ୍ପି ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ନ୍ୟାୟ \q ଆପଣା ଆପଣା ଗୋପନୀୟ ସ୍ଥାନରୁ ବାହାର ହୋଇ ଆସିବେ; \q ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ଆସିବେ \q ଓ ତୁମ୍ଭ ସକାଶୁ ଭୀତ ହେବେ। \s ପରମେଶ୍ୱରଙ୍କ ପ୍ରେମ ଓ କରୁଣା \p \v 18 ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ? \q ତୁମ୍ଭେ ଅଧର୍ମ କ୍ଷମା କରିଥାଅ \q ଓ ଆପଣା ଅଧିକାରର ଅବଶିଷ୍ଟାଂଶ ଲୋକଙ୍କର ଆଜ୍ଞା-ଲଙ୍ଘନର ପ୍ରତି ଉପେକ୍ଷା କରିଥାଅ; \q ସେ ଚିରକାଳ ଆପଣା କ୍ରୋଧ ରଖନ୍ତି ନାହିଁ, \q କାରଣ ସେ ଦୟାରେ ସନ୍ତୁଷ୍ଟ ଥାଆନ୍ତି। \q \v 19 ସେ ପୁନର୍ବାର ଫେରି ଆମ୍ଭମାନଙ୍କ ପ୍ରତି କୃପା କରିବେ; \q ସେ ଆମ୍ଭମାନଙ୍କର ଅଧର୍ମସକଳ ପଦ ତଳେ ଦଳିବେ; \q ଆଉ, ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ। \q \v 20 ତୁମ୍ଭେ ପୂର୍ବକାଳଠାରୁ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପ୍ରତି ଯାହା ଶପଥ କରିଅଛ, \q ଯାକୁବ ପ୍ରତି ସେହି ସତ୍ୟ \q ଓ ଅବ୍ରହାମ ପ୍ରତି ସେହି ଦୟା ପାଳନ କରିବ।